ପତ୍ରିକା – ୩
(୧୯୦୧ – ୧୯୫୦)
ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନ ଦିଗରେ ଅନେକ ପରୀକ୍ଷା ଚାଲିଥିଲା। ପ୍ରକାଶିତ ପତ୍ରିକା ଆଦି ପ୍ରାୟ ସ୍ୱଳ୍ପଜୀବୀ ଥିଲେ ମଧ୍ୟ ପର ପିଢ଼ିର ପ୍ରକାଶନ ପାଇଁ ଦିଗ୍ଦର୍ଶକର ଭୂମିକା ତୁଲାଇଥିଲେ। ଅନେକ ଦୃଷ୍ଟିରୁ ପ୍ରଥମ ଉଦ୍ୟମ ହୋଇଥିଲେ ମଧ୍ୟ ଉତ୍କଳ ଦୀପିକାର ଦୀର୍ଘସ୍ଥାୟିତ୍ୱ ଓ ପ୍ରଭାବ ତାକୁ ଅନନ୍ୟ କରିଥିଲା। ୧୮୯୭ ମସିହାରେ ଜନ୍ମ ହୋଇଥିବା ଉତ୍କଳ ସାହିତ୍ୟ ପତ୍ରିକା ପ୍ରକାଶନ କ୍ଷେତ୍ରରେ ସେହିଭଳି ଏକ ସ୍ଥାନ ନେଲା। ହୁଏତ ତାହାର ସଫଳତା ନୂଆ ନୂଆ ପତ୍ରିକା ପ୍ରକାଶନ ପାଇଁ ଉତ୍ସାହ ସୃଷ୍ଟି କଲା।
ବିଂଶ ଶତାବ୍ଦୀର ଆରମ୍ଭରୁ ପ୍ରାୟ ୧୯୫୦ ମସିହା ଭିତରେ ଉଭା ହୋଇଥିବା ଏଭଳି ଉଦ୍ୟମଗୁଡ଼ିକ ଭିତରେ ପ୍ରମୁଖ ଥିଲେ – ମୁକୁର (୧୯୦୬), ସତ୍ୟବାଦୀ (୧୯୧୫), ନବଭାରତ (୧୯୩୪), ଡଗର (୧୯୩୬), ଶଙ୍ଖ (୧୯୪୫), ଚତୁରଙ୍ଗ (୧୯୪୬), ବୀଣା (୧୯୪୭) ଆଦି। ଏହି ପର୍ଯ୍ୟାୟର କିଛି ପତ୍ରିକାର ଡିଜିଟାଲ ରୂପ ଏଠାରେ ରହିଛି। ଡାହାଣ ପଟର ସାରଣୀ ସାହାଯ୍ୟରେ ଏଗୁଡ଼ିକ ଖୋଲି ଦେଖିହେବ ଓ ଡାଉନଲୋଡ୍ କରିହେବ।
ଡାଉନ୍ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ମଧ୍ୟ ଏଠାରେ ଦିଆଯାଇଛି। କୌଣସି ନମୁନା ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍ରେ ଖୋଲିବ। ଅନ୍ୟ ଫାଇଲ୍ଗୁଡ଼ିକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଡାଉନ୍ଲୋଡ୍ ହେବ।
ସତ୍ୟବାଦୀ
ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ସମ୍ପାଦନାରେ ସତ୍ୟବାଦୀ ଏକ ମାସିକ ପତ୍ରିକା ରୂପେ ୧୯୧୫ ମସିହାରେ ଆରମ୍ଭ ହୋଇଥିଲା। ଏଥିରେ ଚିନ୍ତାମୂଳକ ରଚନା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଏହାର ପ୍ରତି ସଂଖ୍ୟାରେ ପ୍ରବନ୍ଧ, ସମାଲୋଚନା, କାବ୍ୟ ଓ କବିତା, ପଲ୍ଲୀପ୍ରସଙ୍ଗ ଓ ଛାତ୍ରବିଭାଗ ଆଦି ରହୁଥିଲା। କ୍ଷୁଦ୍ରଗଳ୍ପ ବା ଉପନ୍ୟାସ ଏଥିରେ ରହୁ ନ ଥିଲା। ଷଷ୍ଠ ଭାଗ ପରଠାରୁ ଏହା ବନ୍ଦ ହୋଇଯାଇଥିଲା।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧ (୧୯୨୫) | ଭାଗ ୨ (୧୯୧୬) | ଭାଗ ୩ (୧୯୧୭) |
ଭାଗ ୪ (୧୯୧୮) | ଭାଗ ୫ (୧୯୧୯) | ଭାଗ ୬ (୧୯୨୦) |
ନବପର୍ଯ୍ୟାୟ ୧ (୧୯୫୦) |
ଏକ ନାରୀ ପତ୍ରିକା ଭାବରେ ୧୯୧୬ ମସିହାରେ ଏହା ପ୍ରକାଶ ପାଇଥିଲା। ବସନ୍ତକୁମାରୀ ଦେବୀ ଏହାର ସମ୍ପାଦିକା ଥିଲେ। ଏଥିରେ ମୁଖ୍ୟତଃ ମହିଳାମାନେ ଲେଖୁଥିଲେ। ଲେଖାଗୁଡ଼ିକ ଭିତରେ ମୁଖ୍ୟତଃ କବିତା, ଗପ, ପ୍ରବନ୍ଧ, ନାଟକ, ଉପନ୍ୟାସ, ରନ୍ଧନକଳା, ଜୀବନୀ ଆଦି ରହୁଥିଲା। ନାରୀ ଧର୍ମ, ଏକାନ୍ନବର୍ତ୍ତୀ ପରିବାର, ମାତାର କର୍ତ୍ତବ୍ୟ, ବସ୍ତ୍ର ଓ ଅଳଙ୍କାର, ସ୍ତ୍ରୀ ଶିକ୍ଷା, ଶାରୀରିକ ପରିଶ୍ରମ ଓ ସ୍ୱାସ୍ଥ୍ୟ, ଭାରତ ଲଳନା ଆଦି ପ୍ରବନ୍ଧରେ ସାରଗର୍ଭକ ଆଲୋଚନା କରାଯାଇଥିଲା।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
– – | ଭାଗ ୨ (୧୯୧୭) | ଭାଗ ୩ (୧୯୧୮) |
ଭାଗ ୪ (୧୯୧୯) | ଭାଗ ୫ (୧୯୨୦) | – – |
ଏହା ଏକ ଶିଶୁପତ୍ରିକା। ୧୯୨୧ ମସିହାରେ ଏହା ପ୍ରକାଶିତ ହୋଇଥିଲା। ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସ ଏହାର ସମ୍ପାଦନା କରୁଥିଲେ। ପ୍ରଥମ ଭାଗ ବର୍ଷକୁ ଚାରିଖଣ୍ଡ ପରେ ଦ୍ୱିତୀୟ ବର୍ଷଠାରୁ ଏହା ମାସିକ ପତ୍ରିକା ଭାବରେ ପ୍ରକାଶ ପାଇଲା। ପ୍ରତି ସଂଖ୍ୟାରେ କବିତା, ଗପ, ପ୍ରବନ୍ଧ, ବିଜ୍ଞାନ ଲେଖା ଆଦି ରହୁଥିଲା। ରଙ୍ଗୀନ ମଲାଟ ସହିତ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଉପାଦାନ ଏଥିରେ ରହୁଥିଲା।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧ (୧୯୨୦) | ଭାଗ ୨ (୧୯୨୬) | ଭାଗ ୩ (୧୯୨୭) |
ଭାଗ ୪ (୧୯୨୮) | ଭାଗ ୫ (୧୯୨୯) | ଭାଗ ୬ (୧୯୩୦) |
ରାଜକିଶେର ଦାସଙ୍କ ସମ୍ପାଦନାରେ ୧୯୨୬ ମସିହାରେ ବାରୁଣୀ ପ୍ରକାଶ ପାଇଥିଲା। ଏହା ଫିଚର ଓ ସାହିତ୍ୟର ସମାହାର ଥାଇ ଏକ ଭିନ୍ନ ସ୍ୱାଦର ପତ୍ରିକା ଥିଲା। ବସନ୍ତ, ନିଦାଘ, ଅସାର, ଶରତ ଓ ହେମନ୍ତ ନାମରେ ମାତ୍ର ପାଞ୍ଚଟି ସଂଖ୍ୟା ପ୍ରକାଶ ପାଇବା ପରେ ପତ୍ରିକାଟି ବନ୍ଦ ହୋଇଯାଇଥିଲା। ପତ୍ରିକାଟିର ଜୀବନକାଳ ଅତି ଅଳ୍ପ ହୋଇଥିଲେ ମଧ୍ୟ ଏହା ସାହିତ୍ୟ ଜଗତକୁ ନିଶ୍ଚିତ ଗୋଟିଏ ଅମୂଲ୍ୟ ଦାନ ଏଥିରେ ସନ୍ଦେହ ନାହିଁ।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧, ସଂ. ୧ (୧୯୨୪) | ଭାଗ ୧, ସଂ. ୨ (୧୯୨୬) | ଭାଗ ୧, ସଂ. ୩ (୧୯୨୬) |
ଭାଗ ୧, ସଂ. ୪ (୧୯୨୬) | ଭାଗ ୧, ସଂ. ୫ (୧୯୨୬) | – – |
ଗୋରକ୍ଷାଶ୍ରମ, ତନରଡ଼ା, ଗଞ୍ଜାମରୁ ୧୯୨୭ ମସିହାରେ ଆର୍ଯ୍ୟ ମାସିକ ପତ୍ରିକା ଭାବରେ ପ୍ରକାଶିତ ହୋଇଥିଲା। ଏହାର ସମ୍ପାଦକ ଥିଲେ ଶ୍ରୀବତ୍ସ ପଣ୍ଡା। ପତ୍ରିକାର ଆଭିମୁଖ୍ୟ ଥିଲା ସମାଜସଂସ୍କାର, ବ୍ରାହ୍ମଣ୍ୟବାଦ, ଧର୍ମବିଶ୍ୱାସ, ମୂର୍ତ୍ତିପୂଜା, ଆର୍ଯ୍ୟସଭ୍ୟତା, ପାଶ୍ଚାତ୍ୟସଭ୍ୟତା, ପରଦାପ୍ରଥା ଇଦ୍ୟାଦିର ବ୍ୟାଖ୍ୟା କରିବା। ଦୀର୍ଘ ଚାରିବର୍ଷ କାଳ ପ୍ରକାଶିତ ହୋଇ ପତ୍ରିକାଟି ସମାଜର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆଲୋକପାତ କରିଥିଲା।
ନମୁନା | – – | – – |
ଭାଗ ୨ (୧୯୨୮-୨୯) | ଭାଗ ୩ (୧୯୨୯-୩୦) | ଭାଗ ୪ (୧୯୩୦-୩୧) |