ବିକଳ୍ପ ବିଚାର
ସାମ୍ପ୍ରତିକ ସମାଜର ମୌଳିକ ପ୍ରଶ୍ନଗୁଡ଼ିକୁ ସଠିକ ଭାବରେ ଉପସ୍ଥାପିତ କରି ଓଡ଼ିଆ ଭାଷାଭାଷି ପାଠକମାନଙ୍କ ସମ୍ମୁଖରେ ରଖିବା ପାଇଁ ବିକଳ୍ପ ବିଚାର ପତ୍ରିକାର ଜନ୍ମ ହୋଇଥିଲା। ବିଶିଷ୍ଟ ସମାଜବାଦୀ ନେତା କିଶନ ପଟ୍ଟନାୟକ ଏହାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ।
ଏହା ଏକ ବୌଦ୍ଧିକ ପତ୍ରିକା ହୋଇଥିବାରୁ ମାର୍କସବାଦୀ, ଗାନ୍ଧୀବାଦୀ, ସମାଜବାଦୀ ଓ ଲୋହିଆବାଦୀ ଚିନ୍ତାଧାରାର ବ୍ୟକ୍ତିମାନେ ମିଶି ଏହାର ସମ୍ପାଦନା କଲେ। ଏହାର ପ୍ରତି ସଂଖ୍ୟାରେ କୌଣସି ମୌଳିକ ପ୍ରସଙ୍ଗକୁ ଉପସ୍ଥାପିତ କରାଯାଇଥାଏ। ଶିକ୍ଷା, ନାରୀ ସମସ୍ୟା, ରାଜନୀତି, ଜାତିପ୍ରଥା, ଭାଷା ସମସ୍ୟା, ଅର୍ଥନୀତି ଆଦି ସବୁ ବିଷୟରେ ଏଥିରେ ଆଲୋଚିତ ହୋଇଥାଏ।
ପତ୍ରିକାର ନାଁ ଅନୁସାରେ ଏହା ସମାଜରେ ପ୍ରଚଳିତ ବିକାଶ ପ୍ରକ୍ରିୟା, ରାଜନୀତି, ଅର୍ଥନୀତି, ସାମାଜିକ ଚଳଣି ଆଦିର ବିକଳ୍ପ ଖୋଜିବାରେ ନିଜକୁ ନିୟୋଜିତ କରିଛି।
ବିକଳ୍ପ ବିଚାର ପ୍ରକାଶନ ସୂଚୀ
ବିକଳ୍ପ ବିଚାର – ପୃଷ୍ଠଭୂମି
ବିକଳ୍ପ ବିଚାର ରଚନା ସୂଚୀ – ପ୍ରକାଶନ କ୍ରମ
ବିକଳ୍ପ ବିଚାର ରଚନା ସୂଚୀ – ଲେଖକ କ୍ରମ
ବିକଳ୍ପ ବିଚାର ରଚନା ସୂଚୀ – ପ୍ରକାଶନ କ୍ରମ
ବିକଳ୍ପ ବିଚାର ରଚନା ସୂଚୀ – ଲେଖକ କ୍ରମ