ପତ୍ରିକା – ୫
(୧୯୦୧ – ୧୯୫୦)
ଓଡ଼ିଆ ପତ୍ରିକାର ଜନ୍ମ ଓ ବିଲୟ ଧାରା ୧୯୩୦-୪୦ ଦଶକରେ ମଧ୍ୟ ଲାଗିରହିଲା। ଏହି ସମୟରେ ଘଟିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ତାହା ସବୁ ପ୍ରକାର ପ୍ରକାଶନକୁ ବିଶେଷ ଭାବରେ ପ୍ରଭାବିତ କଲା। ଏଥିଯୋଗୁଁ ହେଉ ବା ଅନ୍ୟ କେଉଁ କାରଣରୁ ହେଉ, ଯୁଦ୍ଧ ସମୟରେ ଅନିୟମିତ ହୋଇପଡ଼ିଥିବା ପୁରୁଖା ପତ୍ରିକାଗୁଡ଼ିକ ନିଜର ହୃତଗୌରବ ଆଉ ଫେରିପାଇଲେନାହିଁ। କେବଳ ସହକାର ଓ ଡଗରକୁ ଛାଡ଼ି ଉତ୍କଳ ସାହିତ୍ୟ, ମୁକୁର ଭଳି ପୁରୁଣା ପତ୍ରିକା ଏବଂ ୧୯୩୦ ଦଶକରେ ଆରମ୍ଭ ହୋଇଥିବା ନବଭାରତ ଆଦି ନୂଆ ପତ୍ରିକା ସବୁ ଓଡ଼ିଆ ସାହିତ୍ୟ ଆକାଶରୁ ବିଦାୟନେଲେ।
ଅବଶ୍ୟ ନୂଆ ପତ୍ରିକା କିଛି ବାହାରିଲେ, ଶଙ୍ଖ, ଚତୁରଙ୍ଗ, ବୀଣା ବେଶ୍ ପ୍ରଭାବଶାଳୀ ରୂପରେ ନିଜର ଉପସ୍ଥିତି ଜାହିର କଲେ। କିନ୍ତୁ ୧୯୪୯ ମସିହାରେ ଓଡ଼ିଆ ପତ୍ରିକା ପ୍ରକାଶନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଏ ସବୁ ମଧ୍ୟ ଅସ୍ତ ହେବାରେ ଲାଗିଲେ। ଏହି ସମୟରେ ନୂଆ ଧାରାରେ ବାହାରିଥିଲା କୁଙ୍କୁମ ପତ୍ରିକା। ତତ୍କାଳୀନ ବମ୍ବେ ନଗରୀର କିଛି ବିଶିଷ୍ଟ ଓଡ଼ିଆ ଲେଖକଙ୍କ ଚେଷ୍ଟାରେ ବାହାରିଥିବା ଏହି ହାତଲେଖା ଓ ଲିଥୋ କରା ସଚିତ୍ର ପତ୍ରିକା ବେଶ୍ ଆଦର ପାଇଥିଲା। ପର ସମୟରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିଶେଷ ନାମ କରିଥିବା ଅନେକ ବ୍ୟକ୍ତି ଏହାର ଲେଖକମାନଙ୍କ ଭିତରେ ରହିଥିଲେ। ୧୯୪୯ ମସିହାରେ କିନ୍ତୁ ଜନ୍ମ ନେଲା ନୂଆ ପତ୍ରିକା ଝଙ୍କାର ଯାହା ସ୍ୱାଧୀନତା ପର ସମୟରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଆ ସାହିତ୍ୟ ପାଇଁ ଗଭୀର ଅବଦାନ ରଖିଲା।
ଏହି ପତ୍ରିକାଗୁଡ଼ିକର ଡିଜିଟାଲ ରୂପ ଏଠାରେ ରହିଛି। ଡାହାଣ ପଟର ସାରଣୀ ସାହାଯ୍ୟରେ ଏଗୁଡ଼ିକ ଖୋଲି ଦେଖିହେବ ଓ ଡାଉନଲୋଡ୍ କରିହେବ। ଡାଉନ୍ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ମଧ୍ୟ ଏଠାରେ ଦିଆଯାଇଛି। କୌଣସି ନମୁନା ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍ରେ ଖୋଲିବ। ଅନ୍ୟ ଫାଇଲ୍ଗୁଡ଼ିକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଡାଉନ୍ଲୋଡ୍ ହେବ।
ଯୁଗବୀଣା
ସବୁଜ ସାହିତ୍ୟ ସମିତି ତରଫରୁ ଯୁଗବୀଣା ୧୯୩୩ ମସିହାରେ ପ୍ରକାଶିତ ହେଲା। ହରିହର ମହାପାତ୍ର ଏହାର ସମ୍ପାଦକ ଥିଲେ। ପତ୍ରିକାରେ କବିତା, ଗପ, ପ୍ରବନ୍ଧ, ଆଲୋଚନା ଆଦି ପ୍ରକାଶିତ ହେଉଥିଲା। ମୁଖ୍ୟ ଲେଖକଙ୍କ ଭିତରେ ଥିଲେ ହରିଶ୍ଚନ୍ଦ୍ର ବଡ଼ାଲ, ସରଳା ଦେବୀ, ସଚ୍ଚିଦାନନ୍ଦ ରାଉତରାୟ, ଶାନ୍ତି ମୁଖାର୍ଜୀ, ରମାରଞ୍ଜନ ମହାନ୍ତି, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ ଆଦି। ଆର୍ଥିକ ସହାୟତା ପାଇଁ ପ୍ରତି ସଂଖ୍ୟାରେ ଅନେକ ପୃଷ୍ଠାର ବିଜ୍ଞାପନ ରହୁଥିଲା।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧ (୧୯୩୩-୩୪) ସଂ. ୩-୬ | ଭାଗ ୧ (୧୯୩୩-୩୪) ସଂ. ୮-୧୦ | ଭାଗ ୨ (୧୯୩୪-୩୫) ସଂ.୨,୩ |
୧୯୪୫ ମସିହାରେ ମାୟାଧର ମାନସିଂହଙ୍କ ସମ୍ପାଦନାରେ ଏହା ପ୍ରକାଶ ପାଇଥିଲା। ପ୍ରଥମେ ଏହାକୁ କେବଳ ସାହିତ୍ୟ ପତ୍ରିକା କରିବାର ଯୋଜନା ଥିଲା। କିନ୍ତୁ ଲେଖାର ଅଭାବ ଯୋଗୁ ଏଥିରେ ବିଜ୍ଞାନ, ଦର୍ଶନ, ଭ୍ରମଣ ଆଦି ଲେଖା ମଧ୍ୟ ରହିଥିଲା। ଏହା ମାତ୍ର ତିନିବର୍ଷ ପାଇଁ ମୋଟ ୩୩ ଖଣ୍ଡ ପ୍ରକାଶ ପାଇଥିଲା। ଏଥିରେ ମୁଖ୍ୟ ଲେଖକମାନେ ଥିଲେ ଶଶିଭୂଷଣ ରାୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୋପାଳଚନ୍ଦ୍ର ମିଶ୍ର, ପ୍ରାଣକୃଷ୍ଣ ସାମଲ, ବୈକୁଣ୍ଠନାଥ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ଗୋପୀନାଥ ମହାନ୍ତି, ମାୟାଧର ମାନସିଂହ, ନବକିଶୋର ଦାସ, ଗୋକୁଳାନନ୍ଦ ମହାପାତ୍ର ଆଦି।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧ (୧୯୪୫-୪୬) | ଭାଗ ୨ (୧୯୪୬-୪୭) | ଭାଗ ୩ (୧୯୪୭-୪୮) |
ପ୍ରଥମ ସଂଖ୍ୟ ୧୯୪୬ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ବ୍ରଜେନ୍ଦ୍ର ନାରାୟଣ ସିଂହଦେବ ଏହାର ସମ୍ପାଦକ ଥିଲେ। ଏହାର ଗୋଟିଏ ସମ୍ପାଦକ ସଂଘ ଥିଲା ଏବଂ କାଳିନ୍ଦୀଚରଣ ପାଣିଗ୍ରାହୀ, ବଳଭଦ୍ର ବହିଦାର, ପ୍ରଭାତ କୁମାର ମୁଖୋପାଧ୍ୟାୟ, ନିତ୍ୟାନନ୍ଦ ବହିଦାର, ବିଧୁଭୂଷଣ ଗୁରୁ ଓ ସାମୁଏଲ ନାୟକ ଏହି ସଂଘର ସଭ୍ୟ ଥିଲେ। ପତ୍ରିକାଟିରେ କବିତା, ଗପ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜ୍ଞାନବିଜ୍ଞାନ ଆଦି ପ୍ରକାଶ ପାଉଥିଲା। ମୁଖ୍ୟ ଲେଖକଙ୍କ ଭିତରେ ଥିଲେ ଶଶିଭୂଷଣ ରାୟ, ରାଜକିଶୋର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଗୌରୀକୁମାର ବ୍ରହ୍ମା, ସରଳା ଦେବୀ, ଜାନକୀବଲ୍ଲଭ ମହାନ୍ତି, ସୂର୍ଯ୍ୟକାନ୍ତ ଦାସ, ଶ୍ରଦ୍ଧାକର ସୂପକାର ଆଦି। କିଛି ଲେଖକ ଛଦ୍ମ ନାଁ ମଧ୍ୟ ବ୍ୟବହାର କରୁଥିଲେ।
ନମୁନା | ରଚନା ସୂଚୀ-ପ୍ରକାଶନ କ୍ରମ | ରଚନା ସୂଚୀ-ଲେଖକ କ୍ରମ |
ଭାଗ ୧ (୧୯୪୬-୪୭) ସଂ.୧-୬ | ଭାଗ ୧ (୧୯୪୬-୪୭) ସଂ.୭-୧୨ | |
ଭାଗ ୨ (୧୯୪୭-୪୯) ସଂ. ୧-୪, ୯-୧୨ | ଭାଗ ୩ (୧୯୦୫) ସଂ.୨,୪,୫ |
ବିଚ୍ଛିନ୍ନାଞ୍ଚଳର ଏକମାତ୍ର ମାସିକ ପତ୍ରିକା ଭାବରେ ୧୯୪୭-୪୮ ବେଳକୁ ଏହାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ମଧୁସୂଦନ ଦେବ ଏହାର ସମ୍ପାଦକ ଥିଲେ। ପତ୍ରିକାରେ କବିତା, ପ୍ରବନ୍ଧ, ଗପ, ଜୀବନୀ, ଐତିହାସିକ ଲେଖା, ଗ୍ରନ୍ଥ ଆଲୋଚନା ଆଦି ରହୁଥିଲା। ଓଡ଼ିଆ ସାହିତ୍ୟର କିଛି ଆଲୋଚନା ଅଭିବୃଦ୍ଧି, ପ୍ରସାର, ବିକାଶ ପତ୍ରିକାର ଲକ୍ଷ୍ୟ ଥିଲା।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ୧ (୧୯୪୭-୪୮) ସଂ.୧-୧୨ | ଭାଗ ୨ (୧୯୪୮-୪୯) ସଂ.୧ | ଭାଗ ୩ (୧୯୪୯-୫୨) ସଂ.୧,୨ |
କୁଙ୍କୁମ
ପତ୍ରିକାଟି ୧୯୪୮ ମସିହାରେ ଆରମ୍ଭ ହୋଇଥିଲା ଓ ଦେବ ମହାପାତ୍ର ଏହାର ସମ୍ପାଦକ ଥିଲେ। ପତ୍ରିକାଟି ମୁଖ୍ୟତଃ ହାତରେ ଲେଖାଯାଉଥିଲା। ମୁଦ୍ରିତ ନ ହେଲେ ମଧ୍ୟ ସ୍ପଷ୍ଟ ଅକ୍ଷରରେ ଏହା ପ୍ରସ୍ତୁତ କରାଯାଉଥିଲା ଓ ଅନେକ ଚିତ୍ର ରହୁଥିଲା। ଚିତ୍ରଗୁଡ଼ିକ ମଧ୍ୟ ବେଶ୍ ସୁନ୍ଦର ହେଉଥିଲା। ପତ୍ରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ବମ୍ବେରୁ ପ୍ରକାଶିତ ହେଉଥିଲା। ଏଥିରେ ଗପ, ସିନେମା, ମଜାକଥା, ଅଭିମତ, ବହିପତ୍ର, ଚିତ୍ର ଆଦି ବିଭାଗ ରହୁଥିଲା। ପ୍ରଥମ ବର୍ଷର ଲେଖକମାନଙ୍କ ଭିତରେ ଥିଲେ ଯତୀନ୍ଦ୍ର କୁମାର ଦାସ, ଦେବ ମହାପାତ୍ର, ଜଗଦୀଶ ପ୍ରସାଦ ମହାନ୍ତି, ଗୋପାଳଚନ୍ଦ୍ର ମିଶ୍ର, ବିଦ୍ୟୁତପ୍ରଭା ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ଲକ୍ଷ୍ମୀନାରାୟଣ ସାହୁ, କେଶବ ମେହେର, ଜାନକୀବଲ୍ଲଭ ମହାନ୍ତି ଆଦି। ମନୋଜ ଦାସ, ନନ୍ଦିନୀ ଶତପଥୀ ଆଦି ଛାତ୍ର ଥିବା ବେଳେ ଏଥିରେ ଲେଖୁଥିଲେ।
ନମୁନା | ରଚନା ସୂଚୀ – ପ୍ରକାଶନ କ୍ରମ | ରଚନା ସୂଚୀ – ଲେଖକ କ୍ରମ |
ଭାଗ ୧ (୧୯୪୮-୪୯) ସଂ.୧-୬ | ଭାଗ ୧ (୧୯୪୮-୪୯) ସଂ.୭-୧୨ | ଭାଗ ୨ (୧୯୪୯-୫୦) ସଂ.୧-୯ |
୧୯୪୯ ମସିହାରେ କଟକରୁ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୁଲ୍ୟରେ ପ୍ରକାଶିତ ମାସିକ ପତ୍ରିକା। ହରେକୃଷ୍ଣ ମହତାବ ଏହାର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଝଙ୍କାରର ଜନ୍ମ ସମୟରେ ଓଡ଼ିଆ ପତ୍ରିକା ପ୍ରକାଶନ କ୍ଷେତ୍ରରେ ଯେଉଁ ଅଭାବ ଦେଖାଦେଇଥିଲା ଏହା ତାକୁ ପୂରଣ କରିବାରେ ବଡ଼ ଭୂମିକା ତୁଲାଇଥିଲା। ବିଂଶ ଶତାବ୍ଦୀର ପ୍ରାୟ ଶେଷ ଯାଏଁ ଝଙ୍କାର ବେଶ୍ ପ୍ରଭାବଶାଳୀ ହୋଇରହିଥିଲା। ଏବେ ମଧ୍ୟ ତାହାର ପ୍ରକାଶନ ଅବ୍ୟାହତ ରହିଛି।